ରସୁଣ ଲୁଣ ବିଷୟରେ ଜାଣିଛନ୍ତି କି ? କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ , ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ

ଲୁଣ ଖାଦ୍ୟ ପାଇଁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହାର ଅଧିକ ପ୍ରୟୋଗ ହେଲେ କିମ୍ବା ଆଦୌ ପ୍ରୟୋଗ ନହେଲେ ଖାଦ୍ୟ ସ୍ୱାଦହୀନ ହୋଇଥାଏ। ଏହାକୁ ସଠିକ ମାତ୍ରାରେ ପ୍ରୟୋଗ କରାଗଲେ  ହିଁ ଖାଦ୍ୟ ସ୍ୱାଦିଷ୍ଟ ହୋଇଥାଏ। ଆପଣ ସାଧାରଣ ଲୁଣ, କଳା ଲୁଣ, ପାହାଡ଼ିଆ ଲୁଣ ବିଷୟରେ ଶୁଣିଥିବେ। ମାତ୍ର ରସୁଣ ଲୁଣ ବିଷୟରେ ଜାଣିଛନ୍ତି କି ? ରସୁଣ ସହ ଲୁଣ ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ। ଏହା କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ଜାଣନ୍ତୁ ….
ଏହି ଲୁଣକୁ ସଠିକ ମାତ୍ରାରେ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ। 
– ମଧୁମେହ ରୋଗୀଙ୍କ ପାଇଁ ଏହି ଲୁଣର ସେବନ ଉପକାରୀ।
– ହୃଦୟ ପାଇଁ ମଧ୍ୟ ଏହି ଲୁଣ ଖୁବ ଉପକାରୀ।
-ଏହା ଓଜନ ହ୍ରାସ କରିଥାଏ।
– ଖାଦ୍ୟକୁ ଭଲ ଭାବେ ହଜମ କରିବା ପାଇଁ ସହାୟକ ହୋଇଥାଏ।
ଏପରି ପ୍ରସ୍ତୁତ କରନ୍ତୁ ରସୁଣ ଲୁଣ …..
– ପ୍ରଥମେ ରସୁଣର ଚୋପା ଛଡ଼ାଇ ଦିଅନ୍ତୁ।
– ଏହାପରେ ରସୁଣ ଓ ଲୁଣକୁ ଭଲ ଭାବେ ପେଷି ଦିଅନ୍ତୁ।
– ପେଷା ହୋଇଥିବା ମିଶ୍ରଣକୁ ମାଇକ୍ରୋବେବରେ ୧୮୦ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ରେ ପ୍ରସ୍ତୁତ କରନ୍ତୁ।
– ଏହାପରେ ଏହି ଲୁଣକୁ ଏକ ପାତ୍ରକୁ କାଢି ଥଣ୍ଡା କରି ପୁଣି ପେଷି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରସୁଣ ଲୁଣ।

Comments are closed.