ଗଜପତି ମହାରାଜାଙ୍କ ଛେରାପହଁରାରେ ୫୦ ବର୍ଷ ପୂରଣ

ପୁରୀ : ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା। ବଡ ଦାଣ୍ଡରେ ଆରମ୍ଭ ହୋଇସାରିଛି ରଥଟଣା। ଚଳିତ ବର୍ଷ ରଥଯାତ୍ରାରେ ପୁରୀ ଗଜପତି ମହାରାଜା ଛେରାପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୭୧ ମସିହାରୁ ଛେରାପହଁରା କରି ଆସୁଛନ୍ତି ଗଜପତି। ବର୍ତ୍ତମାନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ୬୮ ବର୍ଷ। କେବଳ ୧୯୭୬ରେ ଗଜପତି ଛେରାପହଁରା କରିପାରି ନଥିଲେ। ଉଚ୍ଚ ଶିକ୍ଷା ପାଇଁ ଆମେରିକାରେ ଥିବାରୁ କରି ପାରି ନଥିଲେ ଛେରାପହଁରା। ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ସେବଳ ସେବାୟତଙ୍କ ଦ୍ୱାରା ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା।

Comments are closed.