MEllora 950×100

ନୂଆଶାସନ ଗ୍ରାମବାସୀ ଭୟଭୀତ

ଗାଁରେ ବର୍ଷୁଛି ଗୁଳି, ଆଜବେଷ୍ଟସ ଘର ହେଉଛି କଣା

ଗୁରୁଡିଝାଟିଆ : ଗାଁରେ ବର୍ଷୁଛି ଗୁଳି, କେଉଁଠୁ ଆସୁଛି ତାହା ଗ୍ରାମବାସୀମାନେ ଜାଣିପାରୁନାହାନ୍ତି। ଗୁଳିମାଡରେ ବହୁ ଆହତ ମଧ୍ୟ ହେଉଛନ୍ତି। ଏପରିକି ଘରର ଛାତ ଉପରେ ପଡୁଛି ଗୁଳି। ବହୁ ଆଜବେଷ୍ଟସ ଘର କଣା ମଧ୍ୟ ହେଉଛି । ଗତ ୨୦୧୯ ମସିହାରେ ଜନୈକା ମହିଳାଙ୍କ ହାତରେ ଗୁଳି ପଶିଥିବା ଜାଣିବାକୁ ମିଳିଥିଲା। ଗ୍ରାମବାସୀମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ମଧ୍ୟ ନୀରବଦ୍ରଷ୍ଟା ସାଜିଛି । ଆଗାମୀ ଦିନରେ ଏହାକୁ ନେଇ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଲେଣି।

ପ୍ରକାଶ ଯୋଗ୍ୟ ଆଠଗଡ ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟରେ ନୂଆଶାସନ ଗ୍ରାମ ମହାନଦୀକୂଳରେ ଅବସ୍ଥିତ। ମହାନଦୀ ଅପରପାଶ୍ୱର୍ରେ ତଳଗଡ(ସିଦ୍ଧେଶ୍ୱର) ମନ୍ଦିର ଠାରୁ କିଛି ବାଟ ଦୂରରେ ମୁଣ୍ଡଳୀ-ନରାଜ ରାସ୍ତାପାଶ୍ୱର୍ରେ ଏକ ଫାୟାରିଂ ସେଣ୍ଟର ରହିଛି। ବର୍ଷର ବିଭିନ୍ନ ଦିନମାନଙ୍କରେ ଆରକ୍ଷୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସେଠାରେ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଦିଆଯାଉଛି। ତେଣୁ ପାହାଡ ପାରିହୋଇ ମହାନଦୀ ଅପରପାର୍ଶ୍ବରେ ଥିବା ନୂଆଶାସନ ଗ୍ରାମକୁ ଗୁଳିଗୁଡିକ ଆସୁଥିବାର କେହି କେହି ଅନୁମାନ କରୁଛନ୍ତି । ନଚେତ୍ ଗୁଳି ବା କାହିଁକି କେବଳ ନୂଆଶାସନ ଗ୍ରାମରେ ପଡୁଛି ଯେହେତୁ ଫାୟାରିଂ ପ୍ରଶିକ୍ଷଣ କେନ୍ଦ୍ରଟି ନୂଆଶାସନ ମୁହାଁ ହେଲେ ଏହାର କୌଣସି ସଠିକ୍ ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଯାହା କେବଳ ଲୋକେ ଅନୁମାନ କରୁଛନ୍ତି । ଜିଲ୍ଲା ପ୍ରଶାସନ ପୁଲିସ ଆରକ୍ଷୀ ଅଧିକ୍ଷକ ଓ ଉପଖଣ୍ଡ ପ୍ରଶାସନ ଏହାର ତଦନ୍ତ କରିବାର ଆବଶ୍ୟକତା ରହିଛି। ପ୍ରକାଶଯୋଗ୍ୟ ଗତ ଦୁଇବର୍ଷ ତଳେ ନୂଆଶାସନ ଗ୍ରାମରେ ଗୁଳି ଆସି ପଡୁଥିବା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ହେଲେ ପ୍ରଶାସନର ସତେ ଯେମିତି ତତ୍ପରତା ନାହିଁ। ଏବେ ପୁଣି ଗୁଳି ଗାଁରେ ପଡୁଛି। କେତେଦିନ ଲୋକମାନେ ଭୟଭୀତ ଅବସ୍ଥାରେ ରହିବେ। କେତେବେଳେ କେଉଁର ଶିଶୁର ଜୀବନ ଯେ ଗୁଳିରେ ନଯିବ ତାହା ବା କିଏ କହିବ। ତେଣୁ ପ୍ରଶାସନ ତୁରନ୍ତ ତଦନ୍ତ କରି ଯେପରି ନୂଅଶାସନ ଗାଁର ଜନବସତି ନିକଟକୁ ଗୁଳି ନଆସେ ସେଥିପାଇଁ ଦାବି ହୋଇଛି ।

Comments are closed.