ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୁମି ସଫେଇ ଅଭିଯାନ

ଗଞ୍ଜାମ: ସାମୁଦ୍ରିକ କଇଁଚ ଅଲିଭ ରିଡ଼ଲେଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନକୁ ଦୃଷ୍ଟିରେ ରଖି ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୁମିରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଡମପେଟା ଗ୍ରାମର ପରିବେଶ ପର୍ଯ୍ୟଟନ ଓ ଅଲିଭ ରିଡ଼ଲେ ପ୍ରୋଟେକ୍ସନ କ୍ଳବ ପକ୍ଷରୁ ଋଷିକୂଲ୍ୟା ମୁହାଁଣ ନିକଟ ନୁଆଁପୋଡାମପେଟା ଗ୍ରାମ ଠାରୁ ପୁରୁଣା ପୋଡାମପେଟା ଗ୍ରାମ ସମୁଦ୍ର ବେଳାଭୁମିରେ ସଫେଇ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ରମ୍ଭା ବନ ସଂରକ୍ଷକ ରାଜେଶ କୁମାର ବେହେରା ଯୋଗଦେଇଥିଲେ।

 

କ୍ଳବର ସଭାପତି ଡି. ହିମାଂଶୁ ଓ ସମ୍ପଦକ ଡି. ଗୋବିନ୍ଦଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ଡି.ଯୋଗେନ୍ଦ୍ର, ଛାତ୍ରଛାତ୍ରୀ, ମହିଳା କ୍ଳବର ସ୍ବେଛାସେବୀ, ବନ କର୍ମଚାରୀମାନେ ସ୍ବଚ୍ଛତା ନିମନ୍ତେ ଶ୍ରମଦାନ କରିଥିଲେ।

 

Comments are closed.