ଚୋରା ଗଞ୍ଜେଇ ଜବତ, ୩ ଗିରଫ

ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ନିକଟରେ ପୁଲିସ ଚଢ଼ଉ କରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫ କରିଛି ଜ୍ଝ ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ବାୟୁଶୂଣି ଗ୍ରାମର ଶୁଶିଲ ଲୁହା(୨୮), ନରୋତ୍ତମ ଲୁହା(୨୫) ଓ ସୁଦର୍ଶନ ଭୋଇ(୨୫)ବୋଲି ଜଣାପଡିଛି। ପୁଲିସ ଗିରଫ କରି ସେମାନଙ୍କ ଠାରୁ ୨ କେଜି ଗଞ୍ଜେଇ ଓ ବାଇକ ଜବତ କରିଛି।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ବୌଦ୍ଧ ଅଞ୍ଚଳରୁ (ଓଡି. ୩୧.ସି. ୫୮୨୧) ନମ୍ବର ବିଶିଷ୍ଟ ଏକ ବାଇକରେ ଚୋରା ଗଞ୍ଜେଇ ରେଢ଼ାଖୋଲ ଆଡ଼କୁ ଆସୁଥିବା ପୁଲିସ ଖବର ପାଇ ଶୁଣ୍ଢିମୁଣ୍ଡା ଠାରେ ଚଢ଼ଉ କରିଥିଲା। ଚଢଉ କରି ୩ ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରି ଥିବା ବେଳେ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ପ୍ରକାଶ କରିଛନ୍ତି।

Comments are closed.