ଗଞ୍ଜେଇ ଓ ମଦ ଜବତ, ୨ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଂଚାୟତ ବ୍ରାହ୍ମଣୀ ଗାଁରୁ ମଙ୍ଗଳବାର ହରଭଙ୍ଗା ଅବକାରୀ ବିଭାଗ ଚଢଉ କରି ୩କେ.ଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ଆଜି ହରଭଙ୍ଗା ଅବକାରୀ ବିଭାଗ ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ବ୍ରାହ୍ମଣୀ ଗାଁର ଶରତ ପୃଷ୍ଟିଙ୍କ ଘରେ ଚଢଉ କରି ୩କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଶରତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ପୁରୁଣାକଟକ ଥାନା ତିଲେଶ୍ୱର ପଂଚାୟତ ତାକୁଡ ଗ୍ରାମର ଶିବ ସାହୁଙ୍କ ଘରେ ମଙ୍ଗଳବାର ହରଭଙ୍ଗା ଅବକାରୀ ଚଢଉ କରି ୧୦ ଲିଟର ଦେଶୀ ମଦ ଜବତ କରିବା ସହ ଶିବଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହି ଚଢଉରେ ହରଭଙ୍ଗା ଅବକାରୀ ଇନସ୍ପେକ୍ଟର ସୀମାକିରଣ ବେଗ,ଏ.ଏସ.ଆଇ ରୁପେଶ ମୁଖୀ, ସଦାନନ୍ଦ କହଂର,ପଂଚମୀ ବେହେରା,କୈଳାଶ ଚନ୍ଦ୍ର ସାହୁ, ଲୋକନାଥ ଭୋଇ ପ୍ରମୁଖ ସାମିଲ ଥିଲେ।

Comments are closed.