ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ

ଭୁବନେଶ୍ବର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଖବର ଅନୁସାରେ,  ଏକ ନୂଆ ଟାଟା ପିକଅପରେ ୪ କ୍ୱିଣ୍ଟାଲ ୭୯ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଏସଟିଏଫ୍ ଟିମ୍ ଖବର ପାଇଥିଲେ । ସଂପୃକ୍ତ ବ୍ୟବସାୟୀଙ୍କ ଘରେ ଏସଟିଏଫ୍ ଚଢାଉକରି ଗଞ୍ଜେଇ ସହ ଟାଟା ପିକଅପ୍ ଓ ହୋଣ୍ଡା ସିଟି କାର ଗାଡିକୁ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଏଥିସହ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ ହୋଇଛି । ଏଥି​‌ରେ ସଂପୃକ୍ତ ଥିବା ୪ ଜଣକୁ ଗିରଫ କରିଛି ପୁଲିସ । ଏହି ବ୍ୟାଗରେ ୯ ଲକ୍ଷ ୭୭ ହଜାର ଦୁଇ ସହ ଟଙ୍କା ଜବତ ହୋଇଛି।

Comments are closed.