ଗଞ୍ଜାମ ଅବକାରୀ ବିଭାଗର ଚଢଉ, ୨୭ ଗିରଫ

0

ଗଞ୍ଜାମ : ମଙ୍ଗଳବାର ଗଞ୍ଜାମ ଜିଲାରରେ   ଅବକାରୀ ବିଭାଗ ଦ୍ୱାରା ଚଢଉ କରାଯାଇ ବିପୁଳ ପରିମାଣରେ ଅବକାରୀ ସାମଗ୍ରୀ ଜବତ କରାଯାଇଛି । ଏହି ଚଢଉରେ ଅବକାରୀ ବିଭାଗ ୨୭ଜଣଙ୍କୁ ଗିରଫ କରାଯାଇଛି । ଏହାବ୍ୟତୀତ ୫୦୦ଲିଟର ରନ୍ଧାମଦ, ୪୦କେଜି ଗଞ୍ଜେଇ, ୧୨କେଜି ପୋଚ, ୬୭ଲିଟର ଭାଟି ରନ୍ଧାମଦ ଆଦି ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ର ସୁଚନା ଦେଇଛନ୍ତି। ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ କାର, ଦୁଇଟି ଅଟୋ ଓ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି।

Leave A Reply