ଖଣ୍ଡିଦେଉଳି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ

ଗଂଜାମ: ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ ଗଠନ ପାଇଁ ଠିକ ରୂପେ କର୍ତ୍ତବ୍ୟ ପରାୟଣ, ଦୃଢ ଇଚ୍ଛା ଶକ୍ତି ନିଜ ସାଧନା କ୍ଷେତ୍ରରେ ରହିବ ତାହାଲେ ନିଶ୍ଚିତ ରୂପେ ସେମାନେ ଲକ୍ଷ୍ୟ ସ୍ଥଳରେ ପହଁଚି ପାରିବେ ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି। ଗଂଜାମ ବ୍ଲକ ଅନ୍ତର୍ଗତ ଖଣ୍ଡିଦେଉଳି ହାଇସ୍କୁଲରେ ଦୁଇ ଦିନ ଧରି ଚାଲିଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଯାପନ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି। ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ବିଶ୍ୱମର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନଶିକ୍ଷକ ତଥା ସୁବର୍ଣ୍ଣଜୟନ୍ତୀ ସମାରୋହର ଆବାହକ ଡ଼. ଶଙ୍କର ନାରାୟଣ ବେଜ ସଂଯୋଜନା କରିଥିଲେ।

ଏଥିରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନମ ପଲେଇ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି, ଗଂଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଜନାର୍ଦ୍ଦନ ପତି, ସମାଜ ବ୍ରହ୍ମପୁର ସଂସ୍କରଣର ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ, ସ୍କୁଲର ପ୍ରତିଷ୍ଠାତା ଅଭିରାମ ବେହେରା, ପୁର୍ବତନ ସରପଞ୍ଚ ବଂଶୀଧର ଗୌଡ଼, ସୁବର୍ଣ୍ଣ ଜୟନ୍ତୀ ଆଲୁମୁନୀ ସଭାପତି ଡଃ ପଦ୍ମ ଚରଣ ପ୍ରଧାନ ମଞ୍ଚାସିନ ଥିଲେ।

ଏହି ଅବସରରେ ସ୍କୁଲ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଅତିଥିମାନେ ଅନାବରଣ କରିଥିଲେ। ସେହିପରି ପୂର୍ବରୁ ମାଗଣା ଚକ୍ଷୁ ଶିବିରକୁ ତହସିଲଦାର ଅରୁଣ କୁମାର ନାୟକ ଉଦଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରମ୍ଭା ଆଇଆଇସି ଦିପ୍ତୀରଞ୍ଜନ ବେହେରା, ଖଣ୍ଡିଦେଉଳି ସିଏଚସି ମୁଖ୍ୟ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର ଯୋଗ ଦେଇଥିଲେ।

Comments are closed.