ଗଞ୍ଜାମ ପୁଲିସର ୨୪ ଘଣ୍ଟା: ୭ ମାମଲା, ୭ ଗିରଫ, ୩୫ ହଜାର ଜୋରିମାନା ଓ ୧୬୫ ଲିଟର ମଦ ଜବତ

- ବ୍ରହ୍ମପୁର ପୁଲିସର ୯୩ ହଜାର ୯୦୦ ଟଙ୍କା ଜୋରିମାନା ଆଦାୟ

ନଭେମ୍ବର ୧୭ ସକାଳରୁ ୧୮ ସକାଳ ମଧ୍ୟରେ ଗଂଜାମ ପୁଲିସ ୭ ମାମଲାରେ ୭ ଜଣଙ୍କୁ ଗିରଫ କରିବା ସହ ୩୫ ହଜାର ୫୦୦ ଟଙ୍କା ଜୋରିମାନା କରି ୧୬୫ ଲିଟର ମଦ ଜବତ କରିଛି। ଏହି ମାମଲାଗୁଡ଼ିକରେ କୋଭିଡ଼୍‍ କଟକଣା ଉଲ୍ଲଙ୍ଘନକାରୀ, ବେପରୁଆ ଗାଡି ଚାଳକ ଓ ବେଆଇନ ମଦ, ଗଞ୍ଜେଇ ବ୍ୟବସାୟୀ ଉପରେ ପୁଲିସ ଚଢ଼ଉ କରିଛି।

ସୂଚନା ଅନୁଯାୟୀ, ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବେପରୁଆ ଗାଡ଼ି ଚାଳକଙ୍କ ଠାରୁ ୩୪ ହଜାର ୫୦୦ ଟଙ୍କା ଓ ମାସ୍କ ବ୍ୟବହାର କରୁନଥିବା ଲୋକଙ୍କ ଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେହିପରି ୧୬୫.୬ ଲିଟର ମଦ ଜବତ ସହ ୭ଟି ଅବକାରୀ ମାମଲା ରୁଜ୍ଜୁ ହୋଇଛି ଏବଂ ଏହି ଘଟଣାରେ ୭ ଜଣଙ୍କୁ ପୁଲିସ ଗିରଫ କରିଛି।

ବ୍ରହ୍ମପୁର ପୁଲିସ ୨୪ ଘଂଟା ମଧ୍ୟରେ ୧୪୭ ଜଣ ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନକାରିଙ୍କ ଠାରୁ ୭୩ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୭୭ ଜଣଙ୍କ ଠାରୁ ୨୦ ହଜାର ୪୦୦ ଟଙ୍କା ଆଦାୟ କରିଛି।

Comments are closed.