୧୫ ଫୁଟ ଗଭୀର ବୋରୱେଲରୁ ଉଦ୍ଧାର ହେଲା ୩ ବର୍ଷର ଶିଶୁ

0

ଗଞ୍ଜାମ : ଗଞ୍ଜାମ ଜିଲା ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ଅନ୍ତର୍ଗତ ଭେଜିପଲ୍ଲୀ ଗ୍ରାମର ଏକ ୩ ବର୍ଷର ଶିଶୁକୁ ୧୫ଫୁଟ ବୋରୱେଲରୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଖବରଅନୁସାରେ ଶିଶୁଟି ଅସାବଧାନତାବସତଃ ବୋରୱେଲରେ ଖସି ପଡ଼ିଥିଲା।.ନିକଟରେ କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ମେଶିନ ସାହାର୍ଯ୍ୟରେ ଶିଶୁଟିକୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି।

Leave A Reply