ସନ୍ଦେହଜନକ ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ

ଚିକିଟି : ଗଞ୍ଜାମ ଜିଲା ଅନ୍ତର୍ଗତ ଚିକିଟି ବ୍ଲକ ନିକଟ ସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅମ୍ବାଝୋଲା ଠାରୁ କାରଖାଳି ଆର. ଡ଼ି ରୋଡ ଏବଂ ପୋଲ କାମରେ ନିୟୋଜିତ ଜଣେ ଶ୍ରମିକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ଧରାକୋଟ ବ୍ଲକ କମାଶାସନର ବୋଲି ଜଣାପଡ଼ିଛି। ବିଷାକ୍ତ ମଦ ପିଇ ତାଙ୍କର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି । ତାଙ୍କ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟତା ଏଯାଏଁ ମିଳିନାହିଁ। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରିନାହିଁ।