MEllora 950×100

ପୁଲିସ ଉଦ୍ୟମରେ ବିବାଦ ସମାଧାନ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ଗ୍ରାମରେ ଦୀର୍ଘ ଦିନ ହେଲା ଦୁଇ କୈବର୍ତ୍ତ ସମ୍ପରଦାୟ ମଧ୍ୟରେ ବିବାଦ ହୋଇଥିଲା l ଫଳରେ ଦୁଇ ଗୋଷ୍ଠୀ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ପୃଥକ ପୃଥକ ଭାବେ କରୁଥିଲେ। ଯାହାକୁ ନେଇ ବେଳେ ବେଳେ ଗ୍ରାମରେ ଅଶାନ୍ତି ସୃଷ୍ଟି ହେଉଥିଲା। ଗୁରବାର ଦିନ ଗଞ୍ଜାମ ଥାନା ପୁଲିସ ପ୍ରୟାସରେ ଏହାର ସମାଧାନ ହେବା ସହ ଦୁଇ ଗୋଷ୍ଠୀ ଏକତ୍ରିତ ହୋଇଥିବା ଜଣାପଡିଛି। ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ନେଇ ଏକ ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ମିଳିତ ଭାବେ କରିବା ପାଇଁ ପରlମାର୍ଶ ଦେଇଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା।

Comments are closed.