ପାଳଗଦାରେ ଖେଳ ହେଲା କାଳ ; ଗୁରୁତର ୩ ଶିଶୁ ମୃତ

ଗଞ୍ଜାମ : ଗଞ୍ଜାମ ଜିଲା ପୋଲସରାର ଅଞ୍ଚଳରେ ପାଳଗଦାରେ ଖେଳିବା ଶିଶୁଙ୍କ ପାଇଁ କାଳ ହୋଇଛି। ଖଇରଚଟା ଗାଁରେ ରବିବାର ପୋଡ଼ିଯାଇଥିବା ୪ ଜଣ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଅ ଓ ଜଣେ ଝିଅ ରହିଛି ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଆଜି ଖଇରଚଟା ଗାଁରେ ଖେଳିବା ସମୟରେ ପାଳଗଦାରେ ଘର କରି ଖେଳିବା ସମୟରେ ନିଆଁ ଲାଗିଯିବା ଫଳରେ ୪ ଶିଶୁ ଗୁରୁତର ହୋଇଥିଲେ। ସେମାନଙ୍କ ଶରୀରର ପ୍ରାୟ ୮୦% ପୋଡ଼ି ଯାଇଥିଲା। ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି। ଉକ୍ତ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.