ନିଆଁରେ ପୋଡ଼ି ହୋଇ ୪ ଶିଶୁ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲା ପୋଲସରାର ଅଞ୍ଚଳରେ ଥିବା ଖଇରଚଟା ଗାଁ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାଳଘର କରି ଖେଳିଲା ବେଳେ ନିଆଁରେ ପୋଡ଼ି ହୋଇ ୪ ଜଣ ଶିଶୁ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୩ ଜଣ ପୁଅ ସହ ଜଣେ ଝିଅ ନିଆଁରେ ପୋଡ଼ି ହୋଇଥିବା ନେଇ ଜଣାପଡ଼ିଛି। ୪ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ନିଆଁକୁ ଆୟତ୍ତ କରିବା ସହ ପିଲାଙ୍କୁ ମେଡ଼ିକାଲକୁ ନେଇଥିଲେ।

Comments are closed.