କଙ୍କଡ଼ା ଧରିବାକୁ ଯାଇ ମସ୍ୟଜୀବୀଙ୍କ ସନ୍ଦେହ ଜନକ ମୃତ୍ୟ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ପୁରୁଣାବନ୍ଧ ଗ୍ରାମର ଜଣେ ମତ୍ସ୍ୟଜୀବୀଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣଙ୍କ ହେଲେ ମୋହନ ବେହେରା(୩୮)। ମାତ୍ସ୍ୟଜୀବୀ ମୋହନ ଋଷିକୂଲ୍ୟା ନଦୀକୁ କଙ୍କଡା ଧରିବାକୁ ଯାଇଥିଲେ। ତେବେ କଙ୍କଡ଼ା ଧରିବା ସମୟରେ ସେ ନଦୀ ମଧ୍ୟରେ ପଡି ଯାଇଥିଲେ ବୋଲି ଗ୍ରାମବାସୀ ଖବର ପାଇଥିଲେ। ଏହାପରେ ଗ୍ରାମବାସୀଙ୍କ ସହାୟତାରେ ମୋହନଙ୍କୁ ନଦୀରୁ ଉଦ୍ଧାର ଗଞ୍ଜାମ ସ୍ୱସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଛତ୍ରପୁର ମେଡିକାଲକୁ ତାଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।

Comments are closed.