ବଟେଶ୍ବର ଶୈବପୀଠକୁ ଗଞ୍ଜାମ ଦର୍ଶନ ବସସେବା, ଜିଲା ପ୍ରଶାସନର ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟକ ସ୍ଥଳ ପରିଭ୍ରମଣ ପାଇଁ ଜିଲା ପ୍ରଶାସନ ନୂତନ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଗଞ୍ଜାମ ଦର୍ଶନ ବସ ସେବା ବ୍ୟବସ୍ଥା ହୋଇଛି। ପର୍ଯ୍ୟଟନସ୍ଥଳିଗୁଡ଼ିକ ମଧ୍ୟରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତରେ ରହିଥିବା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶ୍ରୀବଟେଶ୍ୱର ଶୈବପୀଠ ସ୍ଥାନ ପାଇଛି l ସେଥିପାଇଁ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ପ୍ରକଳ୍ପ ନିର୍ଦେଶକ(ପିଡ଼ି), ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଏପିଡ଼ି ଜ୍ୟୋତି ଶଙ୍କର ରାୟ, ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ତହସିଲଦାର ଅରୁଣ କୁମାର ନାୟକ ପ୍ରମୁଖ ପାଳିବନ୍ଧ ପଞ୍ଚାୟତର ସ୍ଥାନୀୟ ଜନ ସାଧାରଣଙ୍କ ସହ ଆଲୋଚନା କରିଥିଲେ।

 

ବଟେଶ୍ୱର ଐତିହ ସଂରକ୍ଷଣ କମିଟିର ଆବାହକ ଦୀଲିପ ଛୋଟରାୟ, ସଭାପତି ପିତାମ୍ବର ସ୍ବାଇଁ, ଉପସଭାପତି ଶବର କୁମାର ତାରାଇ, ସମ୍ପାଦକ ରଞ୍ଜିତ ପଲାଇ, ଶିକ୍ଷକ ସଞ୍ଜୟ କୁମାର ତରାଇ, ବୀରେନ ପ୍ରଧାନ, ରଘୁନାଥ ସାହୁ ଏବଂ ମୁଖ୍ୟ ପରିଚାଳକ ଶିବ ପ୍ରସାଦ ସ୍ବାଇଁ ସମେତ ଅନ୍ୟ ମାନେ ଜିଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଏହି ମନ୍ଦିର ଅଧିକ ଉନ୍ନତି ହୋଇପାରିବ ବୋଲି ସେମାନେ ମତ ପ୍ରକାଶ ପାଇଛି l

Comments are closed.