ଭଙ୍ଗା ଘରେ ରହୁଛନ୍ତି ଦମ୍ପତି, ଲଗାଣ ବର୍ଷାରେ ଭଙ୍ଗିଗଲା କାନ୍ଥ

ଗଞ୍ଜାମ:ଦୀର୍ଘ ଦିନ ହେଲା ଭଙ୍ଗା, ଦଦରା ଘରେ ପାଲ ଘୋଡେଇ ଜୀବନ ବିତାଉଛନ୍ତି ସେମାନେ। ଖରା, ବର୍ଷା, ଶୀତ ମଧ୍ୟରେ ସେହି ଘରେ ବିତୁଛି ଜୀବନ। ପ୍ରଶାସନକୁ ଗୁହାରି ପରେ ମିଳିଥିଲା ନିର୍ମାଣ ପାଇଁ ଗୃହ ହେଲେ ନିଜସ୍ୱ ଜାଗା ନଥିବା ଯୋଗୁଁ ତାହା ମଧ୍ୟ ହେଲାନାହିଁ। ଫଳରେ ଘୋର ଅସୁବିଧାରେ ରହିଛନ୍ତି ଦମ୍ପତି। ଏପରିକି ଗତ କିଛି ଦିନ ତଳେ ହୋଇଥିବା ବାତ୍ୟା ପ୍ରଭାବ ରେ ବର୍ଷା ଓ ପବନ ଯୋଗୁଁ ସେହି ଅସ୍ଥାୟୀ ପୁରୁଣା ଘର ର ପଶ୍ଚିମ ପଟ କାନ୍ଥ ଟି ପଡିଯାଇଛି। ଫଳରେ ତାହା ଏବେ ସେମାନଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି। ଏହା ଦେଖି ବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ହୁମା ଗ୍ରାମରେ। ଦୀର୍ଘ ବର୍ଷ ଧରି ଅସ୍ଥାୟୀ ଭାବେ ହୁମା ଗ୍ରାମର ପାଇକ ସାହିରେ ରହୁଛନ୍ତି ଟିଟୁ ଆଚାରୀ ପରିବାର କହିଲେ ବର୍ତମାନ କେବଳ ଅଛନ୍ତି ସ୍ୱାମୀ ଓ ସ୍ତ୍ରୀ। ଗତ କିଛି ବର୍ଷ ତଳେ ଏକ ମାତ୍ର ପୁଅର ମୁତୁ ହୋଇଥିଲା।

 

ଟିଟୁ ଅଟୋ ଡ୍ରାଇଭର ଭାବେ କାମ କରୁଥିବା ବେଳେ ବର୍ତମାନ ସ୍ୱାସ୍ଥ୍ୟ ଗତ ଅସୁବିଧା ଯୋଗୁଁ ସେ ଘରେ ରହିଛନ୍ତି। ଏହି ଭଳିଆ ପରିସ୍ଥିତି ମଧ୍ୟରେ ସେମାନେ ରହିଥିବା ବେଳେ ଘର ଖଣ୍ଡିଏ ତିଆରି କରବା ତାଙ୍କ ପକ୍ଷେ ସମ୍ଭବ ହେଉନି। ୨୦୧୩ ଫାଇଲିନ ପରେ ପ୍ରଶାସନ କୁ ଜଣାଇବା ପରେ ତାଙ୍କୁ ଘର ନିର୍ମାଣ ପାଇଁ ଅନୁମତି ମିଳିଥିଲା କିନ୍ତୁ ତାଙ୍କର ନିଜସ୍ୱ ଜାଗା ନଥିବା ଯୋଗୁଁ ଅଦ୍ୟବିଧି ସେ ଘର ନିର୍ମାଣ କରିପାରିଲେ ନାହିଁ। ଫଳରେ ସେ ଦୁହେଁ ଅସୁବିଧାରେ ରହିଛନ୍ତି। ତାଙ୍କୁ ସରକାର ଙ୍କ ପକ୍ଷରୁ ଜାଗା ସହ ଘର ନିର୍ମାଣ ପାଇଁ ସୁବିଧା ଯୋଗାଇବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ଏନେଇ ବିଡ଼ିଓ କହିଛନ୍ତି ଯେ ତାଙ୍କୁ ଘର ଯୋଗାଇ ଦିଆଯାଇଥିଲା, କିନ୍ତୁ ତାଙ୍କର ନିଜର ଜାଗା ନଥିବା ଯୋଗୁଁ ସେ କରିପାରିନାହାନ୍ତି।

Comments are closed.