ମଞ୍ଚସ୍ଥ ହେଲା ନାଟକ ‘ନୂଆ ରାମାୟଣ କାହାଣୀ ଶୁଣ’

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଉଳ ସାହିରେ ସାମାଜିକ ନାଟକ ‘ନୂଆ ରାମାୟଣ କାହାଣୀ ଶୁଣ’ ସୋମବାର ଦିନ ମଞ୍ଚସ୍ଥ ହୋଇଯାଇଛି। ଉଦଘାଟନ ଉତ୍ସବରେ ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ବିଜେଡି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ପ୍ରଦୀପ ବେହେରା, ନୀଳକଣ୍ଠ ଦାସ, ପ୍ରେସ କ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

 

ଏହି କାର୍ଯ୍ୟକ୍ରମ ବିପିନ ବାରିକି ସଂଯୋଜନା କରିଥିଲେ। ‘ନୂଆ ରାମାୟଣ କାହାଣୀ ଶୁଣ’ ନାଟକଟିକୁ ଓକିଲ ପଙ୍କଜ କୁମାର ବାରିକି ନିର୍ଦେଶନା ଦେଇଥିଲେ। ଅରୁଣ ରାଉଳ, ବାପୁନି, ଧୁଶା, ବଟ, ଅନିଲ ପ୍ରମୁଖ ସହଯୋଗ କରିଥିଲେ। ପୂର୍ବତନ କାଉନସିଲର ମଣ୍ଟୁ ରାଉଳ, ଅଜୟ ରାଉଳ ସନ୍ତୋଷ ଗୋଡ଼, ଶୁଭ ପଟ୍ଟନାୟକ ପ୍ରମୁଖ ସ୍ଥାନୀୟ କଳାକାର ମାନେ ଅଭିନୟ କରିଥିଲେ।

Comments are closed.