ଚାଷ ଜମିରେ ଜମି ରହିଛି ପାଣି, ଚାଷୀ ମୁଣ୍ଡରେ ଚଡ଼କ

ଗଞ୍ଜାମ: ବାତ୍ୟା ପ୍ରଭାବ ଟଳିଯାଇଥିଲେ ମଧ୍ୟ ବର୍ଷା ଅଧିକ ହେବା ଫଳରେ ପାଚିଲା ଧାନ, ପନିପରିବା ଯଥା ଫୁଲକୋବି, ପତ୍ରକୋବି, ଟମାଟୋ, ଫଳ କୋବି, ଲଙ୍କା ଚାଷ ଜମିରେ ପାଣି ଜମିରହିଛି। ଯାହାକୁ ନେଇ ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡିଛି। ଅମଳ ହୋଇ ଘରକୁ ଫସଲ ଆସିବା ସମୟରେ ତାହା ନଷ୍ଟ ହେଇଯାଉଛି l ଯାହାକି ଚାଷୀଙ୍କ ପାଇଁ ବଡ଼ କଷ୍ଟ ଦାୟକ ହୋଇଛି। ସୋମବାର ଦିନ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ବର୍ଷା ପରିମାଣ ଟିକେ କମିବା ପରେ ଚାଷୀ ବିଲକୁ ଯାଇ ଦେଖିବା ପରେ କୋହ ଭରା କଣ୍ଠରେ ଦୁଃଖକୁ ପ୍ରକାଶ କରିଛି l କାରଣ ତାର ପରିଶ୍ରମ ଓ ଅର୍ଥ ବିନିଯୋଗ ବର୍ତ୍ତମାନ ବ୍ୟର୍ଥ ହୋଇଛି।

ଗଞ୍ଜାମ ଜିଲାର ବିଭିନ୍ନ ବ୍ଲକ ରେ ଏଭଳି ପରିସ୍ଥିତି ଦେଖା ଦେଇଛି। ମୁଖ୍ୟତଃ ଭାବେ ଗଞ୍ଜାମ ବ୍ଲକ ର ବିଭିନ୍ନ ପଂଚାୟତ ଧାନ ନଷ୍ଟ ହୋଇଛି ଏବଂ ଝରେଡି ରାଧା ଗୋବିନ୍ଦ ପୁର, ସାନ ରାମ ଚନ୍ଦ୍ର ପୁର, ସୁବଳୟା, କରପଡା, ପୋଇରାସୀ, ତଥା ଅନ୍ୟାନ ପଂଚାୟତ ରେ ପନିପରିବା ସବୁ ନଷ୍ଟ ହୋଇଯାଇଛି। ରବିବାର ସକାଳୁ ଜିଲାପାଳ ବିଜୟ ଅମୃତ କୁଳାଙ୍ଗେ, ବିଡ଼ିଓ ବିଶ୍ୱଜିତ ରାୟ, ତହସିଲଦାର ଅରୁଣ ନାୟକ ପ୍ରମୁଖ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l ଫସଲ କ୍ଷୟ କ୍ଷତି ର ଆକଳନ କରି ଜିଲା ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ସହାୟତା ଦେବା ନିମନ୍ତେ ସାଧାରଣ ରେ ଦାବି ହେଉଛି।

Comments are closed.