ଜିଲାପାଳଙ୍କ ପୋତାଗଡ଼ ପରିଦର୍ଶନ

ଗଞ୍ଜାମ: ଗଞ୍ଜାମ ନିକଟରେ ରହିଥିବା ଐତିହାସିକ ପୋତାଗଡ଼ ଦୁର୍ଗଙ୍କୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଅପରାହ୍ନ ରେ ପରିଦର୍ଶନ କରିବା ସହ ଆଗାମୀ ଦିନରେ ଏହାର କଣ କଣ ଆନୁସଙ୍ଗିକ ଉନ୍ନତି ହେବ ସେନେଇ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେଝ ଏହା ସହିତ ମୁଖ୍ୟତଃ ଭାବେ ଶୌଚାଳୟ, ସଫା, ଏବଂ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଜିଲାପାଳ ନିଜେ ଏସବୁ ତଦାରଖ କରିବେ ବୋଲି ସୂଚନା ଦେଇଥିଲେଝ ପୋତାଗଡ଼ ପାଇଁ ଏକ କମିଟି ଗଠନ ନିମନ୍ତେ ଆଗାମୀ ଦିନରେ କରାଯିବ। ଏହାର ଅଧିକ ଉନ୍ନତି ପାଇଁ କମିଟି ଦାଇତ୍ୱ ନେବ। ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ନୀଳମାଧଵ ଭୋଇ, ବିଡ଼ିଓ ବିଶ୍ୱଜିତ ରାୟ,ତହସିଲଦାର ଅରୁଣ କୁମାର ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋନିତ କୁମାର, ଗ୍ରାସୀମ ଡ଼ିଜି. ଏମ ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଗଞ୍ଜାମ ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରୀମାନଙ୍କ ଭ୍ରମଣ ନିମନ୍ତେ ଗଞ୍ଜାମ ଦର୍ଶନ ବସ ଚଳାଚଳ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ ରଖିଛି। ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ମନ୍ଦିର ଙ୍କୁ ମଧ୍ୟ ଦର୍ଶନ ବସ ଯିବାପାଇଁ ବ୍ୟବସ୍ଥା କରିବା ପାଇଁ ବିଡ଼ିଓ ଜିଲାପାଳ ଙ୍କୁ ପ୍ରସ୍ତାବ ଦେଇଥିଲେ ।

 

ଏଥିସହିତ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବାକୁ ବୋଟିଂ କ୍ଳବ, ଶିଶୁ ଉଦ୍ୟାନ, ବରିଷ୍ଠ ନାଗରିକ ମାନଙ୍କ ପ୍ରାତଃ ଭ୍ରମଣ ପାଇଁ ସମସ୍ତ ସୁବିଧା, ଅତ୍ୟାଧୁନିକ ଆଲୋକିକରଣ, ଆଦି ନିର୍ମାଣ କାର୍ଯ୍ୟପାଇଁ ଖୁବ ଶୀଘ୍ର ହେବା ନେଇ ସୂଚନା ଜିଲ୍ଲାପାଳ ଦେଇଥିଲେ। ସୂଚନା ଯୋଗ୍ୟ ଗଞ୍ଜାମ ଦର୍ଶନରେ ପର୍ଯ୍ୟଟନ ସ୍ଥଳୀ ପୋତାଗଡ଼ ଅନ୍ତର୍ଭୁକ୍ତ ଥିବା ଯୋଗୁ ସ୍ଥାନୀୟ ଅଂଚଳ ବାସୀ ଜିଲ୍ଲାପାଳଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ପରିଦର୍ଶନ ସମୟରେ ସ୍ଥାନୀୟ ଅଞ୍ଚଳର ସୁଧୀର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ, ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.