ଲଘୁଚାପ ଜନିତ ବର୍ଷା, ଜମିରେ ଜମିରହିଛି ପାଣି

ଗଞ୍ଜାମ:ଗଞ୍ଜାମ ବ୍ଲକ ସମେତ ଗଞ୍ଜାମ ଓ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଲୋକମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ଅନ୍ୟପଟେ ଏହି ବର୍ଷା ଫଳରେ ଧାନ ଚାଷ ହୋଇଥିବା ଜମିରେ ପାଣି ଜମିରହିଛି। ଯାହାକି ପାଚି ଯାଇଥିବା ଧାନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ରହିଛନ୍ତି। ଚାଷ କାମରେ ଚାଷୀମାନେ ଅଧିକ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାହା ଆଦାୟ ବେଳକୁ ନଷ୍ଟ ହେବାକୁ ଯାଉଛି। ଏଭଳି ପରିସ୍ଥିତି ତାଙ୍କ ପାଇଁ ଏବେ ଅଧିକ କଷ୍ଟ ଦାୟକ ହେଉଛି ବୋଲି କିଛି ଚାଷୀ ପ୍ରକାଶ କରିଛନ୍ତି। ଆଉ ଅଧିକ ବର୍ଷା ହେଲେ ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ବୋଲି ଚାଷୀମାନେ କହିଛନ୍ତି।

Comments are closed.