ଚୋରି ସାମଗ୍ରୀ ଉଦ୍ଧାର, ୩ ଗିରଫ

ଗଞ୍ଜାମ: ରମ୍ଭା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚୋରି କରଥିବା ଏକ ଚୋର ଦଳକୁ ପୁଲିସ ଧରିବାରେ ସଫଳ ହୋଇଛି। ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ତିନି ଜଣ ଚୋରଙ୍କ ଓ ଚୋରିରସୁନା ଅଳଙ୍କାର କିଣିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡ଼ିଛି। ସେମାନଙ୍କ ଠାରୁ ପୁଲିସ ଏକ ସୁନା ଶୋରିସିଆ ମାଳି ଓ ଚୋରି ସାମଗ୍ରୀ ଜବତ କରିଛି।

ସୂଚନା ଯୋଗ୍ୟ ଯେ ଗତ ୧୦ ତାରିଖ ବିଳମ୍ବିତ ରାତ୍ରରେ ଏହି ଚୋର ଦଳ କଣ୍ଟିଆ ଗଡ଼ ଗ୍ରାମର କାଳୁ ପଲାଇଙ୍କ ଘରେ ଚୋରି କରିଥିଲେ। ସମସ୍ତେ ଶୋଇଥିବା ବେଳେ ମଝି ଘରେ ଥିବା ଏକ ଟିଣ ପେଡ଼ିକୁ ସେମାନେ ନେଇ ଯାଇଥିଲେ। ସେଥିରେ ଥିବା ସୁନା ଅଳଙ୍କାରକୁ ବାହାର କରି ପେଡ଼ିକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଘରୁ ଚୋରି ହୋଇଥିବା ନେଇ କାଳୁ ପଲାଇ ଥାନାରେ ଅଭିଯୋଗ କରିଥିଲେ।

Comments are closed.