ବାତ୍ୟାକୁ ନେଇ ପ୍ରଶାସନର ସତର୍କତା

ଗଞ୍ଜାମ: ବାତ୍ୟା ଗୁଲାବକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକାବିଲା କୁ ନେଇ ତତ୍ପରତା ଦେଖା ଦେଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳ ଯଥା ଉପକୂଳ ରେ ରହିଥିବା ପୁରୁଣା ପୋଡମ ପେଟା, ଗୋଖର କୁଦା, ନୁଆଁ ପୋଡ଼ମପେଟା ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳ, ଗଞ୍ଜାମ ବି.ଡି.ଓ ବିଶ୍ୱଜିତ ରଏ, ରମ୍ଭା ଥାନା ଅଧିକାରୀ, ତଥା ଅନ୍ୟାନ ଅଧିକାରୀ ଉପସ୍ଥିତ ରହିଥିଲେ। ଅନ୍ୟ ପଟେ ସକାଳ ଠାରୁ ବର୍ଷା ଲାଗିରହିଛି। ପବନ ବେଗ ଆସ୍ତେ ଆସ୍ତେ ବଢୁଛି ତା ସାଙ୍ଗକୁ ସମୁଦ୍ର ରେ ମଧ୍ୟ୍ୟ ଉଚ୍ଚ ଢେଉ ଦେଖାଦେଇଛି। ମତ୍ସ ଜୀବି ମାନେ ସେମାନଙ୍କ ଡ଼ଙ୍ଗା, ଜାଲ ସୁରକ୍ଷିତ ସ୍ଥାନକୁ ନେଇଯାଇଥିବା ଜଣାପଡିଛି।

 

ଗୋଖର କୁଦା ନିକଟରେ ରେ ରହିଥିବା ନାଳ ହିଡ଼ ଭାଙ୍ଗି ଯାଇଥିଲା ଫଳରେ ସେଥିରେ ବନ୍ୟା ଜଳ ଆସିବାର ସମ୍ଭାବନା ରହିଥିବା ଯୋଗୁଁ ସେହି ନାଳ ହିଡ଼କୁ ଜେସିବି ଲଗାଇ ତିଆରି କରାଯାଇଥିଲା। ଏହି କାର୍ଯ୍ୟରେ ସ୍ଵେଛାସେବୀ ସୁଧୀର ପାଢ଼ୀ, ମନୋଜ ପ୍ରଧାନ, ପପୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଅଧିକ ବର୍ଷା ହେଲେ ଚାଷ ଜମି ରେ ପାଣି ଜମି ରହିବା ନେଇ ଚାଷୀ ମାନେ ଚିନ୍ତା ରେ ରହିଛନ୍ତି। ଗଞ୍ଜାମ ବ୍ଲକ ପନ୍ଦର ଟିକେ ପଂଚାୟତ, ଗଞ୍ଜାମ ଏନ.ଏ.ସି, ରମ୍ଭା ଏନ.ଏ.ସି ପ୍ରଭୁତି ଅଂଚଳ ରେ ବର୍ଷା ଓ ପବନ ଲାଗିରହିଛି। ପ୍ରଶାସନ ପକ୍ଷରୁ ସତର୍କତା ପାଇଁ ମାଇକି ଯୋଗେ ସୂଚନା ଦିଆଯାଇଛି।

Comments are closed.