ଗଞ୍ଜାମ ବ୍ଲକର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ୨୩ ଜଣିଆ ପ୍ରତିନିଧି ଦଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିକାଶ ମଡେଲକୁ ବୁଧବାର ଏକ ୨୩ ଜଣିଆ ଟିମ ପରିଦର୍ଶନ କରିଛନ୍ତି। ସେଥି ମଧ୍ୟରେ ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନରେ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଗଞ୍ଜାମ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।ପ୍ରଥମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ ଉକ୍ତ ଟିମକୁ ପୂର୍ବାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସ୍ବାଗତ ସମର୍ଦ୍ଧନl ଦେଇଥିଲେ। ସେଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ ଓ ଗ୍ରାମ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ରହିଥିଲେ।

ପରେ କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର ନିକଟରେ ଉକ୍ତ ଟିମକୁ ଶତାଧିକ ମହିଳା ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହା ପରେ ମନ୍ଦିର ନିକଟରେ ହୋଇଥିବା କଲ୍ୟାଣମଣ୍ଡପ, ରୁରାଲ ପାର୍କ, ଆଦର୍ଶ ପୁଷ୍କରିଣୀ ପରିଦର୍ଶନ କରିବା ପରେ ନିଳାଦ୍ରୀପୁର ଗ୍ରାମ ସ୍ଥିତ ସ୍ମାର୍ଟ ସ୍କୁଲକୁ ପରିଦର୍ଶନ କରିବା ପାଇଁ ଟିମ ଯାଇଥିଲେ। ସେଠାରେ ମଧ୍ୟ ଛାତ୍ରଛାତ୍ରୀମାନେ ଓ ମହିଳାମାନେ ସ୍ବାଗତ ସମର୍ଦ୍ଧନା ଦେଇଥିଲେ। ହୁମ୍ମାର ପଞ୍ଚାୟତ କାର୍ଯ୍ୟାଳୟ, ମଲାଡ଼ ପଞ୍ଚାୟତର ପଣିବନ୍ଧ ଗ୍ରାମରେ ଜିମ ସେଣ୍ଟର, ଏମ୍ ସି ସି, ମିଶନ ଶକ୍ତି ଗୃହ, ସନ୍ତୋଷପୁର ପଞ୍ଚାୟତର କାର୍ତ୍ତିକଢ଼ି ଗ୍ରାମରେ ରହିଥିବା ସ୍ୱାମୀ ବିବେକାନନ୍ଦ ଗ୍ରାମାଞ୍ଚଳ ପାର୍କ ଆଦି ଉକ୍ତ ଟିମ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡିକର ଅନୁଧ୍ୟାନ କରିଥିଲେ। ଏହି ଟିମରେ ୧୦ ଜଣ ବିଡ଼ିଓ, ୧୨ଜଣ ସହକାରୀ ଇଞ୍ଜିନିୟର ଓ ଜେଇ ପ୍ରମୁଖ ପରିଦର୍ଶନ କରିଥିଲେ।

ଏହି ପରିଦର୍ଶନ ବେଳେ ବଟେଶ୍ୱର ପୀଠରେ ପାଳିବନ୍ଧ ସରପଞ୍ଚ ଦିଲିପ ଛୋଟରାୟ, ବଟେଶ୍ୱର ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର ତରାଇ, ସମ୍ପାଦକ ରଂଜିତ ପଲାଇ, ଶିବ ପ୍ରସାଦ ସ୍ୱାଇଁ, ସଞ୍ଜୟ ତରାଇ, ନିରାକର ଜେନା, ତ୍ରୀଲୋଚନ ପ୍ରଧାନଙ୍କ ସମେତ ଛଅଟି ଗ୍ରାମକମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ସନ୍ତୋଷପୁର ପଂଚାୟତରେ ସରପଞ୍ଚ ନିରଞ୍ଜନ ରେଡି, ମଲାଡ଼ ପଂଚାୟତରେ ସରପଞ୍ଚ ପ୍ରଭାତ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପରିଦର୍ଶନରେ ଆସିଥିବା ଟିମ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Comments are closed.