ଗଞ୍ଜାମ ସହରାଞ୍ଚଳରେ ଦିନ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ

ଗଞ୍ଜାମ : ରାଜ୍ୟରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ଏହି କାରଣରୁ ସଂକ୍ରମଣ ରୋକିବାକୁ ବିଭିନ୍ନ କଟକଣା ଲାଗୁ କରାଯାଇଛି। ପୂର୍ବ ବର୍ଷ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାରେ ପ୍ରଶାସନ ପକ୍ଷରୁ ସଂକ୍ରମଣ ଏଡାଇବାକୁ ବିଭିନ୍ନ ପ୍ରୟାସ ଆରମ୍ଭ ହୋଇଛି। ଜିଲାର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି। ଏଣିକି ଦ୍ୱିପହର ୨ଟାରୁ ପରଦିନ ସକାଳ ୫ଟା ଯାଏଁ ଜିଲାର ସମସ୍ତ ସହରାଞ୍ଚଳରେ ଦୋକାନ ବଜାର ବନ୍ଦ ରହିବ। ବଜାର ସଂଘର ନିଷ୍ପତ୍ତି ଅନୁଯାୟୀ, ସକାଳୁ ଅପରାହ୍ନ ୨ଟା ଯାଏଁ ଦୋକାନ ବଜାର ସ୍ୱଭାବିକ ଭାବେ ଚାଲୁ ରହିବ। ସମସ୍ତ ଦୋକାନ ସମ୍ମୁଖରେ ବାରିକେଟ କରାଯିବ। ଏହା ବ୍ୟତୀତ ଗ୍ରାହକମାନେ ସାମାଜିକ ଦୂରତା ବଜାୟ ରଖିବା, ତୁଣ୍ଡୀ ପିନ୍ଧିବା ବାଧ୍ୟତାମୂଳକ। ଆସନ୍ତା ୧୦ ଦିନ ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ଜିଲା ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିବା ବେଳେ ୯ ତାରିଖ ଯାଏଁ ଏହା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲା ପ୍ରଶାସନ ଏହାକୁ ସ୍ୱାଗତ କରିବା ସହ ଲୋକେ ଏହାକୁ ସହଯୋଗ କରିବାକୁ କୁହାଯାଇଛି।

Comments are closed.