ବାଇକକୁ ଧକ୍କା ଦେଲା ଟ୍ରକ ; ଭାଇଭଉଣୀ ମୃତ

ଗଞ୍ଜାମ : ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଗଣ୍ଡାପାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଭାଇଭଉଣୀ ବୋଲି ଜଣାପଡିଛି। ଭାଇର ବୟସ ୧୦ ଓ ଉଭଣୀର ବୟସ ୭ ବୋଲି କୁହାଯାଉଛି। ଉକ୍ତ ବାଇକରେ ବାପା,ମାଆ ଓ ୨ ପୁଅ ଝିଅ ଯବିା ବେଳେ ଟ୍ରକଟି ବାଇକକୁ ଧକ୍କା ଦେବା ସହ ଚଢିଯିବାରୁ ଉକ୍ତ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଟ୍ରକକୁ ଜବତ କରାଯିବା ସହ ଚାଳକକୁ ଅଟକ ରଖାଯାଇଛି।

 

Comments are closed.