କାଇଁଚପୁର ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତା ବଣ୍ଟନ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ କାର୍ୟ୍ୟାଳୟରେ ପଞ୍ଚାୟତ ତରଫରୁ ନୂତନ ହିତାଧିକାରୀ ମାନଙ୍କୁ ଭତା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଆର. ଚନ୍ଦନା ରେଡି ପଞ୍ଚାୟତର ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ୩୬ ଜଣ ହିତାଧିକାରୀ ମାନଙ୍କୁ ଭତା ପ୍ରଦାନ କରିଛନ୍ତି। ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର. ଭାଗିରଥି ରେଡି, ସମିତିସଭ୍ୟ ଜୟକୃଷ୍ଣ ରେଡି , ନାଏବ ସରପଞ୍ଚ କେ. ଜୟନ୍ତୀ ରେଡି ପ୍ରମୁଖ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ଭତା ପ୍ରଦାନ କରାଯାଇଥିଲା। ନୂତନ ଭାବେ ପାଇଥିବା ପ୍ରତ୍ୟେକ ହିତାଧିକାରୀ ଉପସ୍ଥିତ ରହି ଭତା ପାଇବା ପରେ ସରପଞ୍ଚ ରେଡିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।

Comments are closed.