ମଦ୍ୟପ ପୁଅର କଟୁରୀ ଚୋଟରେ ମାଆର ମୃତ୍ୟୁ ଅଭିଯୋଗ

ଆସିକା : ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଳିସାହି ଫାଣ୍ଡି ବଣପଲ୍ଲୀ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ମଦ୍ୟପ ପୁଅର କଟୁରୀ ଚୋଟରେ ମାଆର ମୃତ୍ୟୁ ନେଇ ଅଭିଯୋଗ ହୋଇଛି। ଘରୋଇ କଳିରୁ ମାଆକୁ ହାଣି ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.