ବୁଲିବାକୁ ଆସି ଫେରୁଥିଲେ ଦୁର୍ଘଟଣାରେ ଜଣେ ମୃତ , ୫ ଆହତ

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତିନୁଆଁ ଛକ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଆଜି ସକାଳୁ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ  ହୋଇଛନ୍ତି । ମୃତକ ଜଣକ ହେଲେ ଭୁବନେଶ୍ୱର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର ଦେବରାଜ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ପୁଲିସ ପହଂଚି ଆହତଙ୍କୁ ମେଡିକାଲ ପଠାଇବା ସହ ମୃତ ବ୍ୟକ୍ତିଙ୍କ ଶବକୁ  ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।
ଦୁର୍ଘଟଣା ସ୍ଥଳରେ ପୁଲିସ ତଦନ୍ତ ଜାରି ରଖିଛି । ସୂଚନା ଯୋଗ୍ୟ ,ଗତକାଲି ୬ଜଣ ଏକ କାର ଯୋଗେ ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଆସିଥିଲେ । ଆଜି ସକାଳୁ ଫେରୁଥିବା ବେଳେ ଅଗସ୍ତିନୁଆଁଗାଁ ଛକ ନିକଟରେ ଡିଭାଇଡରକୁ ପିଟି ହୋଇ ରାସ୍ତାରେ ଛିଡା ହୋଇଥିବା ଏକ କଣ୍ଟେନର ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦେବରାଜ ମୃତ୍ୟୁ ହୋଇଥିବା ବେଳେ ୫ ଆହତକୁ ଛତ୍ରପୁର ମେଡିକାଲ ନିଆଯାଇଥିଲା । ଆହାତ ମାନେ ହେଲେ ସୁରଜ କୁମାର ମହନ୍ତ, ସର୍ଭେସ ମହନ୍ତ, ସନୱାଜ, ଅର୍କ ସରକାର, କୁମାର ଜନ୍ମଜୟ  । ସେଥିରୁ ତିନି ଜଣକୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି । ଘଟଣାର ଖବର ପାଇଁ ଗଞ୍ଜାମ ଥାନା ପୁଲିସ ପହଂଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି । ସମସ୍ତେ ଭୁବନେଶ୍ୱରର ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର ଅଟନ୍ତି ବୋଲି ପୁଲିସ ପାଖରେ ସୂଚନା ରହିଛି ।

Comments are closed.