ଝାଟିପଦର ଗ୍ରାମରେ ମାଗଣା ଚକ୍ଷୁ ଶିବିର, ୩୦ ଜଣଙ୍କୁ ଚଷମା ପ୍ରଦାନ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାଟିପଦର ଗ୍ରାମରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛ। ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଲ, ଗଞ୍ଜାମ ଓ ଝାଟିପଦର ଯୁବକ ସଂଘ ଏବଂ ଗ୍ରାମ୍ୟ କମିଟି, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଗଞ୍ଜାମ ଗ୍ରାହକ ସେବା କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଏହି ଚକ୍ଷୁ ଚିକିତ୍ସା ଶିବିର ମାଁ ଭଗବତୀ ବୁଢ଼ୀ ଠାକୁରାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭ୍ୟ ସନାତନ ବେହେରା, ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ସରପଞ୍ଚ କେଦାରନାଥ ସ୍ୱାଇଁ, ବିଜେଡି ଯୁବନେତା ଅମୂଲ୍ୟ କୁମାର ଦଳାଇ, ନାଏବ ସରପଞ୍ଚ ଲିଲି ପଲାଇ, ପୂର୍ବତନ ନାଏବ ସରପଞ୍ଚ କାମେଶ୍ୱର ପଲାଇ ଗ୍ରାମ୍ୟ ସଭାପତି ନରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ରବିନାରାୟଣ ପ୍ରଧାନ, ବସନ୍ତ ମହାରଣା, ସୁନୀଲ କୁମାର ପ୍ରଧାନ, ରାଜେଶ ପଲାଇ, ବିଭୁ ପଲାଇ, ଯଶୋବନ୍ତ ପ୍ରଧାନ, ରିତେଶ ପ୍ରଧାନ, ବିକାଶ ପ୍ରଧାନ, ରାହୁଲ ପଲାଇ, ଅବିନାଶ ପଲାଇ, ଅନିଲ ପ୍ରଧାନ, ବବୁଲ ପ୍ରଧାନ, ଅବିନାଶ ପଲାଇ, ତୁଷାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଚକ୍ଷୁ ବିଭାଗର ନଳନୀ କାନ୍ତ ରାଉତ, ଗୋପାଳ କୃଷ୍ଣ ବିଶ୍ୱାଳ, ମୋନାଲିସା ହୋତା, ହରପ୍ରିୟା ନାୟକ, ସୁକେଶ ପାଣିଗ୍ରାହୀ ଯୋଗଦେଇ ୧୧୨ ରୋଗୀଙ୍କୁ ଚିକିତ୍ସି କରିଥିଲେ। ସେଥିମଧ୍ୟରୁ ୩୦ ଜଣଙ୍କୁ ଚଷମା ପ୍ରଦାନ, ୩୧ ଜଣଙ୍କ ପରଳ ରୋଗୀ ଚିହ୍ନଟ କରାଯାଇ ଚକ୍ଷୁର ଅସ୍ତ୍ରୋପଚାର ପାଇଁ ସମରଝୋଲକୁ ପଠାଯାଇଥିଲା।

Comments are closed.