ଆବୃତ୍ତି, ଲିଖନ ଓ ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳଦିଆଡିହ ପ୍ରାଥମିକ ଶିଶୁ ଲେଖକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କମ୍ଭୁପାଣି ଦାସ ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରା, ମୁଖ୍ୟ ବକ୍ତା ଭାବେ ପ୍ରଶିକ୍ଷକ, ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ, ଗଞ୍ଜାମ, ଖଲିକୋଟର ବିଷ୍ଣୁ ଚରଣ ଜେନା, ହୁମ୍ମା ସରପଞ୍ଚ  ଶ୍ରୀମତୀ ଜାନକୀ ଦାସ, ପ୍ରଶିକ୍ଷକ, ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନର ଶ୍ରୀମତୀ ଜୟନ୍ତୀ ବେହେରା  ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ବେହେରା,ଗଞ୍ଜାମ ବ୍ଲକର ବିଭିନ୍ନ କ୍ଲଷ୍ଟରର ସଂଯୋଜକ ରବୀନ୍ଦ୍ର ସେଠି, ମହେଶ ବେହେରା, ଦେବହରୀ ବେହେରା ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ। ହୁମ୍ମା ସାଧନ କେନ୍ଦ୍ର ସଂଯୋଜକ ଦାମୋଦର ପଣ୍ଡା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ପଠନରେ ଭୋଳା ଦାସ, ଉପେନ୍ଦ୍ର ଦାସ, ସୁବ୍ରତ ଦାସ, ଓ ଆବୃତ୍ତିରେ ରୁଦ୍ର ଦାସ, ଦୀପିକା ଦାସ, କାଜଲ ଦାସ, ନର୍ମଦା ଦାସ, ଉମେଶ ଦାସ ,ଲିଖନରେ ଜସ୍ମିନ ଦାସ, ଚୁମୁକି ଦାସ, ଓ ରିୟା ଦାସ ଆଦି ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଶେଷରେ ପଠନ କାର୍ଯ୍ୟକ୍ରମକୁ କିପରି ଶ୍ରେଣୀ କକ୍ଷରେ ଆଦୃତ କରାଯାଇ ପାରିବ ଏକ ଅଭିନଵ ଉପାୟରେ ପ୍ରଶିକ୍ଷିକା ଜୟନ୍ତୀ ବେହେରା  ଶିଶୁ ମାନଙ୍କୁ ଓ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣଲତା ସାହୁ ଓ ଶିକ୍ଷୟତ୍ରୀ ସସ୍ମିତା ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପିଲାମାନଙ୍କୁ ଅତିଥିଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ପୁସ୍ତକ ପ୍ରଦାନ କରାଯିବା ସହ  ବିଷ୍ଣୁ ଚରଣ ଜେନାଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ସମ୍ମାନୀତ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ବରିଷ୍ଠ ଶିକ୍ଷକ ଲଡ଼ୁ କିଶୋର ମୁଦୁଲି ଓ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାମନ୍ତ ବିଦ୍ୟା ପ୍ରବେଶର ବିଭିନ୍ନ ଶିକ୍ଷଣ କାର୍ଯ୍ୟ ପିଲାମାନଙ୍କ ଦ୍ୱାରା ପ୍ରଦର୍ଶନ କରିଥିଲେ। ବହୁ ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମର ବହୁମୁଖୀ ଉଦ୍ଦେଶ୍ୟ ବୁଝିବା ସହିତ ଉପଭୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.