ବୁରୁଡ଼ିରେ ରାଜସ୍ୱରଥ ମାଧ୍ୟମରେ ୪୭ ଜଣଙ୍କୁ ପଟ୍ଟା ବଣ୍ଟନ

ଗଞ୍ଜାମ: ଗଞ୍ଜାମ ତହସିଲ ଅଧୀନସ୍ଥ ସାନ ରାମଚନ୍ଦ୍ର ପୁର ପଞ୍ଚାୟତର ଏଚ.ବୁରୁଡ଼ି ସ।ର୍କିଲରେ ରାଜସ୍ୱ ରଥ ମାଧ୍ୟମରେ ୪୭ ଜଣ ହିତାଧାରୀ ମାନଙ୍କୁ ଶୁକ୍ରବାର ଦିନ ସେମାନଙ୍କ ପଟ୍ଟା ବଣ୍ଟନ କରାଯାଇଛି। ଜିଲ୍ଲା ପ୍ରଶାସନ ସହଯୋଗରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ପ୍ରଚେଷ୍ଟାରେ ତହସିଲ ଅଧୀନରେ ରହିଥିବା ବିଭିନ୍ନ ଅଂଚଳ ଲୋକଙ୍କୁ ସେମାନଙ୍କ ଘର ପାଖରେ ଜମି ଓ ଘରର ପଟ୍ଟା ପ୍ରଦାନ କରାଯାଉଥିବାରୁ ବିଭିନ୍ନ ମହଲରେ ତହସିଲଙ୍କୁ ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଉଛି।
ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ଜେନା,ରେଭିନ୍ୟୁ ସୁପରଭାଇଜର ଟି.ରାମାରାଓ,ବୁରୁଡ଼ି ଆର ଆଇ ସୀତାରାମ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ପଟ୍ଟା ପଦାନ କରିଥିଲେ। ପୂର୍ବ ପୁରୁଷର ଲୋକଙ୍କ ଦଖଲରେ ରହିଥିବା ଜମିର ହକ ପାଇ ପାରୁଥିବାରୁ ଲୋକେ ଖୁସି ଜାହିର କରିଛନ୍ତି।

Comments are closed.