ଗଞ୍ଜାମର ୮୧ ପ୍ରତିଶତ ଗ୍ରାମ କରୋନା ମୁକ୍ତ

ସହରାଞ୍ଚଳକୁ ଆସିବାକୁ ବାରଣକଲେ ଜିଲାପାଳ

ବ୍ରହ୍ମପୁର: ଗଞ୍ଜାମର ୮୧ ପ୍ରତିଶତ ଗ୍ରାମ କରୋନା ମୁକ୍ତ ହୋଇଛି ବୋଲି ସୋମବାର ଜଣାପଡ଼ିଛି । ଏହା ବିଡିଓ ଏବଂ କର୍ମଚାରୀଙ୍କ ଉଦ୍ୟମରେ ସମ୍ଭବ ହୋଇପାରିଛି ବୋଲି ଗଂଜାମ ଜିଲାପାଳ କହିଛନ୍ତି । ସେହିପରି ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ନ ଅସିବାକୁ ସେ ପୁଣି ଥରେ ଅନୁରୋଧ କରିଛନ୍ତି । ଗତ ଏକ ସପ୍ତାହ ହେବ ଗ୍ରାମାଞ୍ଚଳରେ କୋଭିଡ ରୋଗୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଜିଲାର କେବଳ ସହରାଞ୍ଚଳ ଏବେ ଚିନ୍ତା ବଢାଇଥିବାରୁ ସେ ଦିଗରେ ଅଧିକ କାମ କରିବା ସହ କରୋନା ଚେନ ଭାଙ୍ଗିବାକୁ ଚେଷ୍ଟା ଜାରି ରହିଛି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

Comments are closed.