ହୁମ୍ମାରୁ ଛାତ୍ର ନିଖୋଜ

ଗଞ୍ଜାମ: ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଗ୍ରାମର ବୃନ୍ଦାବନ ବିଶ୍ୱାଳଙ୍କ ପୁଅ ଚନ୍ଦନ ବିଶ୍ୱାଳ (୧୬) ନିଖୋଜ ହୋଇଥିବା ଜଣାପଡିଛି। ସେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣାପଡିଛି। ଏ ନେଇ ଉକ୍ତ ଛାତ୍ରଙ୍କ ବାପା ସ୍ଥାନୀୟ ପୁଲିସରେ ପୁଅ ନିଖୋଜ ନେଇ ଲିଖିତ ଭାବେ ଜଣାଇଛନ୍ତି। ଏହି ଘଟଣା ପରେ ପରିବାର ଲୋକେ ମନଦୁଃଖରେ ରହିଛନ୍ତି। ସୂଚନାଯୋଗ୍ୟ ଯେ ଛାତ୍ର ଜଣଙ୍କ ବୁଧବାର ଅପରାହ୍ନ ୪ଟା ସମୟରେ ନୁଆଁସାହିରୁ ବାହାରି ଆସ୍କା ରୋଡ଼କୁ ଟିୟୁସନ ପଢିବା ପାଇଁ ଘରୁ ଯାଇଥିଲା। କିନ୍ତୁ ଚନ୍ଦନ ଟିୟୁସନକୁ ଯାଇ ନ ଥିବା ହେତୁ ଟିୟୁସନ ଶିକ୍ଷକ ଫୋନ କରି ତାର ବାପାଙ୍କୁ ଜଣାଇଥିଲେ। ତାହା ପରଠୁ ଚାରି ଆଡ଼େ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ସୂଚନା ମିଳିନଥିଲା। ତେଣୁ କୌଣସି ସହୃଦୟ ବ୍ୟକ୍ତି ଛାତ୍ର ଜଣଙ୍କର ସନ୍ଧାନ ପାଆନ୍ତି ତେବେ ରମ୍ଭା ଥାନା କିମ୍ବା ହୁମ୍ମା ଫାଣ୍ଡିରେ ଜଣାଇବାକୁ ଅନୁରୋଧ। ସକାଳେ ସ୍ଥାନୀୟ ଲୋକ କହିବା ଅନୁଯାୟୀ ପୁରୀ-ଗୁଣୁପୁର ଟ୍ରେନରେ ବ୍ରହ୍ମପୁର ଅଭିମୁଖେ ସେ ଯାଇଥିବା ତାଙ୍କୁ ଦେଖିଛନ୍ତି।

Comments are closed.