ଚିଲିକାରୁ ବେଆଇନ ଘେରି ଉଛେଦ

ଗଞ୍ଜାମ: ରମ୍ଭା ନିକଟରେ ଚିଲିକାରେ ବେଆଇନ ଭାବେ ବନ୍ଧା ହୋଇଥିବା ଘେରି ଉଛେଦ କରାଯାଇଛି। ଆଜି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ନେତୃତ୍ୱ ରେ, ବାଲୁଗାଁ ଡ଼ିଏଫଓ, ରମ୍ଭା ଥାନା ପୁଲିସ, ରାଜସ୍ୱ ସୁପରଭାଇଜର ଓ ଅନ୍ୟାନ ଅଧିକାରୀଙ୍କ ଉପସ୍ଥିତିରେ ଘେରିଗୁଡିକ ଉଛେଦ କରାଯାଇଥିଲା। ଗୌରାଙ୍ଗ ପାଟଣା, ଝାରେଡି ନିକଟ ଅଞ୍ଚଳର ପ୍ରାୟ ୭ ଏକର ଅଂଚଳ ଚିଲିକାରୁ ଏହି ଘେରି ଉଛେଦ କରାଯାଇଥିଲା। ସୂଚନାଯୋଗ୍ୟ ଯେ ବେଆଇନ ଭାବେ ଚିଲିକାରେ ହେଉଥିବା ଘେରି ଉଛେଦ ପାଇଁ ତହସିଲଦାରଙ୍କ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

Comments are closed.