ଐତିହାସିକ ରମ୍ଭା ଚନ୍ଦନ ଯାତ୍ରା ଆରମ୍ଭ

ଗଞ୍ଜାମ: ରମ୍ଭା ସହରରେ ହେଉଥିବା ଐତିହାସିକ ଚନ୍ଦନ ଯାତ୍ରା ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଆରମ୍ଭ ହୋଇଛି। ଯାତ୍ରା ଆୟୋଜନ କରୁଥିବା ଦୁଇ ବାଡ଼ର ଲୋକମାନେ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଯାତ୍ରାକୁ ଅଧିକ ଆକର୍ଷଣ କରିବା ପାଇଁ ବହୁ ଉଚ୍ଚତା ସମ୍ପନ୍ନ ତୋରଣ ସାଙ୍ଗକୁ ମେଢ଼ ନିର୍ମାଣ ସହରର ଉଭୟ ପାର୍ଶ୍ଵରେ ହୋଇଛି। ଏତଦ ବ୍ୟତୀତ ସୁସଜିତ ଆଲୋକମାଳା, ମୀନା ବଜାର, ଦୋଳି ଇତ୍ୟାଦି ଯାତ୍ରାର ଆକର୍ଷଣ ବୃଦ୍ଧି କରୁଛି। ସହର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିବା ଜଣାପଡିଛି। ଶ୍ରୀ ଶ୍ରୀ ମଦନ ମୋହନଙ୍କୁ ଚାପ ଖେଳ ସହ ଚନ୍ଦନ ପୋଖରୀରେ ସ୍ନାନ କରାଯାଇ ପlରାମ୍ପରିକ ଘଣ୍ଟ, ମୃଦଙ୍ଗ, କାହାଳି ଓ ବାଦ୍ୟ ଯନ୍ତ୍ର ବଜାଇ ସାହି ବସ୍ତିରେ ଠାକୁରଙ୍କୁ ବିମାନରେ ପରିକ୍ରମା କରାଯାଉଛି। ଏହି ଯାତ୍ରା ଆସନ୍ତା ୨୩ ରିଖ ପର୍ଯ୍ୟନ୍ତ ଚାଲିବ।

Comments are closed.