ଗଞ୍ଜାମରେ ଚିହ୍ନଟ ୫୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ କରୋନା ଯୋଦ୍ଧା

ଗଞ୍ଜାମ : ଆଜି ରାଜ୍ୟରେ ଆଉ ୧୭୦ କରୋନା ଆକାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫୮ ଜଣ ଗଞ୍ଜାମରୁ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣ କରୋନା ଯୋଦ୍ଧା ହୋଇଥିବା ଜଣାପଡ଼ିଛି।  ପୁରୁଷୋତମପୁରର ଜଣେ ସୁରତ ଫେରନ୍ତା ସଂକ୍ରମିତ ହୋଇଛନ୍ତି। ଏହାସହ ଆଉ ୩୯ ଜଣ କଣ୍ଟାକ୍ଟ ଟ୍ରେସିଂରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।
ଗଞ୍ଜାମ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୯୫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୭୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୯ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.