ଜିଲ୍ଲାପାଳଙ୍କ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିଦର୍ଶନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଦିନ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିଦର୍ଶନ କରିଥିବା ଜଣାପଡ଼ିଛି। ମନ୍ଦିର ନିକଟରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ଉନ୍ନୟନମୂଳକ କାର୍ଯ୍ୟଶୈଳୀ ଦେଖି ବିଡ଼ିଓ ଓ ମନ୍ଦିର ପରିଚାଳନା କମିଟିର ପ୍ରଶଂସା କରିଛନ୍ତି। ପ୍ରାକୃତିକ ପରିବେଶ ଘେରରେ ରହିଥିବା ଏହି ଶୈବପୀଠରେ ଆହୁରି କିପରି ଉନ୍ନତି କରାଯାଇ ଆକର୍ଷଣୀୟ କରାଯାଇ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହ ଏଥି ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଥିଲେ ।
ଏହା ସହିତ ସମୁଦ୍ର ବେଳାଭୁମି ବୁଲିବା ସହ ଏଠାକାର ପରିବେଶ କିପରି ସ୍ଵଛତା ରହିବ ସେ ସମ୍ପର୍କରେ ଜନ ସଚେତନତା କିପରି କରାଯାଇପାରିବ ଏବଂ ପ୍ଲାଷ୍ଟିକ ବୋତଲ , ଖାଲି ଖାଦ୍ୟପୁଡ଼ିଆ ଗୁଡିକୁ କିପରି ହଟା ଯାଇପାରିବ ସେ ସମ୍ପର୍କରେ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ସମୟରେ ଗଞ୍ଜାମ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ପିଇଓ ଦିଲିପ ନାୟକ,ମନ୍ଦିର କମିଟି ପକ୍ଷରୁ ଶିବାଜୀ ସ୍ବାଇଁ,ସଞ୍ଜୟ ତରାଇ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ। ସେହିପରି ଗଞ୍ଜାମ ସହର ଐତିହାସିକ ପୋତାଗଡ଼ ଦୁର୍ଗ ପରିଦର୍ଶନ କରି ତାର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ।

Comments are closed.