ଐତିହାସିକ ଚନ୍ଦନ ଯାତ୍ରା ପାଇଁ ଡ଼ଙ୍ଗା ଆସିଲା

ଗଞ୍ଜାମ : ଗଞ୍ଜାମ ସହରରେ ହେବାକୁ ଥିବା (ମଦନ ମୋହନ ଗୋପାଳ ସ୍ୱାମୀ ଙ୍କ ୨୧ଦିନିଆ ଐତିହାସିକ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି କାର୍ୟ୍ୟ ଜୋରସୋର ଚାଲିଥିବା ଦେଖିବାକୁ ମିଳିଛି  । ଆସନ୍ତା ତିନି ତାରିଖ ଅକ୍ଷୟ ତୃତୀୟାରୁ ଏହି ଯାତ୍ରା ଆରମ୍ଭ ହେବ ।  ସେଥିପାଇଁ ଠାକୁରଙ୍କ ଚାପ ଖେଳିବା ପାଇଁ ପ୍ରାଥମିକ ଭାବେ ସୋମବାର ଦିନ ଚାରୋଟି ଡ଼ଙ୍ଗା ଅଣାଯାଇଥିଲା  । ପରମ୍ପରା ଅନୁଯାୟୀ ଡ଼ଙ୍ଗା ଗୁଡିକ ଦାମଦରପୁର ଗ୍ରାମରୁ ଋଷୁକୂଲ୍ୟା ନଦୀରେ ପୂଜା ଅର୍ଚନା କରାଯାଇଥାଏ  । ପରେ ଘଣ୍ଟା ତାଳ ମୃଦଙ୍ଗ ବଜେଇ ଗଞ୍ଜାମ ସହର ପରିକ୍ରମା କରି ଶେଷରେ ଚାପ ପୋଖରୀ ନିକଟରେ ରଖାଯାଇ ଥିଲା । ଚଳିତ ବର୍ଷ ଏହି ଯାତ୍ରା ପାଇଁ କମିଟି ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି  ।

Comments are closed.