ସୋରଡ଼ା ପୁଲିସ ଦ୍ୱାରା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ପୁଲିସ ଦ୍ୱାରା ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆସିକା ସାଂସଦ ପ୍ରମିଳା ବିଷୋୟୀ ଶିବିର କୁ ଉଦଘାଟନ କରିଥିବା ବେଳେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତ କୁଳାଙ୍ଗ ଗଞ୍ଜାମ ଜିଲ୍ଲା ଏସପି ବ୍ରିଜେଶ କୁମାର ରାୟ ଏଥିରେ ଯୋଗ ଦେଇଥିଲେ। ଶିବିରରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗ ଲୋକେ ରକ୍ତଦାନ କରିଥିଲେ। ମୋଟ ୩୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହାସହ କିଛି ଦିବ୍ୟାଙ୍ଗ ଓ ତୃତୀୟ ଲିଙ୍ଗି ମଧ୍ୟ ରକ୍ତଦାନ କରିଥିଲେ। କରୋନା ଭଳି କଠିନ ପରିସ୍ଥିତିରେ ରକ୍ତଦାନ କରିଥିବାରୁ ସମସ୍ତ ରକ୍ତ ଦାତାଙ୍କୁ ଥାନା ଅଧିକାରୀ ରମେଶ ପ୍ରଧାନ ଧନ୍ୟବାଦ ଦେଇଥିଲେ।

Comments are closed.