ଗଞ୍ଜାମ ଏନଏସିରେ ଉପାଧ୍ୟକ୍ଷ ହେଲେ ବିଜେଡି କାଉନସିଲର ସୁରେନ୍ଦ୍ର ବାରିକି

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ପଦବୀଟି ବିଜେଡି ଦଳ ହାତେଇଛି।  ଗୁରୁବାର ଦିନ ଏଥି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୱାର୍ଡ ୧ ବିଜେଡି କାଉନସିଲର ସୁରେନ୍ଦ୍ର କୁମାର ବାରିକି ନିର୍ଦ୍ବନ୍ଦରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି । ଉପାଧ୍ୟକ୍ଷ ପଦବୀ ପାଇଁ ବିଜେଡିର ଏକ ମାତ୍ର ପାର୍ଥୀ ସୁରେନ୍ଦ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଫଳରେ ଆଉ ଭୋଟ ଦାନ ଆବଶ୍ୟକ ପଡ଼ିନଥିଲା । ଯାହାକୁ ନେଇ ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ବିଜୟୀ ପାର୍ଥୀଙ୍କ ନାମ ଘୋଷଣା କରିଥିଲେ।
ପ୍ରକାଶ ଯୋଗ୍ୟ ,  ବିଜେଡି ଏନଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ଏବଂ ଛାତ୍ର ସଭାପତି ରାକେଶ ରଞ୍ଜନ ଦାସଙ୍କ ନେତୃତ୍ୱରେ ପୂର୍ବାହ୍ନ ୧୦ ଟା ସମୟରେ ବିଜେଡି ୧୧ ଜଣ କାଉନସିଲର ଏନଏସି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ । ପରେ ନିର୍ବାଚନ ଅଧିକାରୀ ତଥା ତହସିଲଦାର ଅରୁଣ କୁମାର ନାୟକ ନିକଟରେ ସୁରେନ୍ଦ୍ର ବାରିକିଙ୍କ ନାମାଙ୍କନ ପତ୍ର ଉପାଧ୍ୟାକ୍ଷ ପଦବୀ ପାଇଁ ଦାଖଲ କରିଥିଲେ । ନବ ନିର୍ବାଚତ ଉପାଧ୍ୟାକ୍ଷଙ୍କୁ ଗଞ୍ଜାମ ବ୍ଲକ ୧୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ସନାତନ ବେହେରା, ବରିଷ୍ଠ ନେତା ନବକୃଷ୍ଣ ପଣ୍ଡା,ନଗର ସଭାପତି ପି.ରାଜୁ ରେଡି,ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି,ସୁରିୟା ପ୍ରଧାନ,
ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ଯୁବନେତା ଜିତୁ ପଣ୍ଡା,ମନୋଜ ପଣ୍ଡା ଟୁନା ଶତପଥି, ବିଜେଡି ଯୁବନେତା ମନୋଜ ପ୍ରଧାନ,ସୁଦାମ ପଲାଇ,ନିରଞ୍ଜନ ପରିଡା,ଅଶୋକ ବେହେରା ପ୍ରମୁଖଭେଟି ଶୁଭେଚ୍ଛା ଜଣାଇଛନ୍ତି । ପରେ ଏନଏସି ର କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ଶୁଭେଛା ଜଣାଇଥିଲେ ।

Comments are closed.