ଟଙ୍କା ପାଇଁ ମାଲିକଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ଗାଡ଼ି ଡ଼୍ରାଇଭର

ବ୍ରହ୍ମପୁର କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା ଓ ଲୁଟ ଘଟଣାର ଗୁମର ଖୋଲିଲା ପୁଲିସ

ବ୍ରହ୍ମପୁର: ଗୋସାଇଁ ନୂଆଗାଁ ସ୍ଥିତ ହେରିଟେଜ କ୍ଷୀର ଡିଲର ଲମ୍ବୋଦର ମୁନିଙ୍କ ଠାରୁ ଲୁଟ ଓ ହତ୍ୟା ଘଟଣାର ପୁଲିସ ଶୁକ୍ରବାର ପର୍ଦ୍ଦାଫାଶ କରିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଲମ୍ବୋଦରଙ୍କ ଗାଡ଼ି ଚାଳକ ରୂପେଶ ପାଢ଼ୀ ଓରଫ ଲାଲା । ଲାଲା ସମେତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଏହି ଘଟଣାରେ ଗିରଫ କରାଯାଇଛି । ଆଉ ୨ ଅଭିଯୁକ୍ତ ଫେରାରଥିବା ପୁଲିସଙ୍କ ଠାରୁ ଜଣାପଡ଼ିଛି। ଅଭିଯୁକ୍ତଙ୍କ ଠାରୁ ଲୁଟ ହୋଇଥିବା ୪ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି ।

କ୍ଷୀର ମାଲିକଙ୍କ ଗାଡି ଚାଳକ ରୂପେଶ୍ ପାଢୀ ଓରଫ୍ ଲାଲା ଘଟଣାର ମାଷ୍ଟର୍ ମାଇଣ୍ଡ୍ ଥିବା ପୁଲିସ୍ କହିଛି। ଗତ ୧୩ ତାରିଖ ବିଳମ୍ବିତ ରାତିରେ ସିନେମା ଷ୍ଟାଇଲ୍‌ରେ ଘରୁ ଡାକି ଘର ଭିତରେ ପଶିଥିଲେ ଦୁର୍ବୃତ୍ତ। ପ୍ରଥମେ ଲୁଟ୍ ତରାଜ୍ ପରେ ଗୋଡକୁ ଗାମୁଛାରେ ବାନ୍ଧି ବିଭତ୍ସ ଭାବେ ହତ୍ୟା କରିଥିଲେ। ଆଲ୍‌ମାରୀ ଭାଙ୍ଗି ୬ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଘର ୪ଜଣ ପ୍ରବେଶ କରିଥିବା ବେଳେ ବାହାରେ ମାଷ୍ଟରମାଇଣ୍ଡ୍ ରୂପେଶ୍ ଅପେକ୍ଷା କରିଥିବା ସ୍ବୀକାର କରିଛି। ସୂଚନା ଯୋଗ୍ୟ, ଗତ ୧୩ ତାରିଖ (ଶନିବାର ବିଳମ୍ବିତ ରାତିରେ) କ୍ଷୀର ବ୍ୟବସାୟୀ ହତ୍ୟା ଲମ୍ବୋଦରଙ୍କୁ ହତ୍ୟା କରାଯାଇଥିଲା।

Comments are closed.