ଗଞ୍ଜାମ ନୂଆ କରୋନା ହଟସ୍ପଟ୍ : ଗୋଟିଏ ଦିନରେ ୨୪ ପଜିଟିଭ୍

ସମାଜ ପୋର୍ଟାଲ ଡେସ୍କ : ଗଞ୍ଜାମ ଜିଲ୍ଲାରୁ ଗୁରୁବାର ସର୍ବାଧିକ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଗଞ୍ଜାମ ରାଜ୍ୟର ନୂଆ କରୋନା ହଟସ୍ପଟ୍ ପାଲଟିଛି । ସୁଟ ଫେରନ୍ତା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛନ୍ତି । ଗୁରୁବାର ସକାଳୁ ଗଞ୍ଜାମ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ଆଉ ୭ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।


ଚିହ୍ନଟ ହୋଇଥିବା ନୂଆ ୭ଜଣ ସୁରଟ ଫେରନ୍ତା ଓ ସେମାନଙ୍କ ବୟସ ଯଥାକ୍ରମେ, ୪୩,୪୮,୨୫,୨୯,୩୯,୨୫ ଓ ୬୦ ବର୍ଷ।

ଗଞ୍ଜାମ ଜିଲ୍ଲାରେ ଗୁରୁବାର ସକାଳେ ୧୭ ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଓ ଜଣେ ଯୁବତୀ ଅଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଥିଲା ।  ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ସମସ୍ତେ ସୁରଟ ଫେରନ୍ତା । ସୁରଟରୁ ଫେରିବା ପରେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସମସ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। । ପରେ ସ୍ୱାବ୍‍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଏହି ରିପୋର୍ଟ ପଜିଟିଭ୍‍ ଆସିଥିବା ଜଣାପଡିଛି ।

ତେବେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ କ୍ୱାରେଣ୍ଟାଇନ କେନ୍ଦ୍ରଠାରୁ ସ୍ଥାନୀୟ ଜନସାଧାରଣ ଦୂରେଇ ରହିବା ଏବଂ କେନ୍ଦ୍ରକୁ ନଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି । କେବଳ ଅଧିକୃତ ଲୋକମାନେ ହିଁ ଏହି କେନ୍ଦ୍ରକୁ ଯାଇପାରିବେ ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

ଇତି ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗଞ୍ଜାମ ଜିଲ୍ଲାକୁ ରେଡ୍‍ ଜୋନ୍‍ ବର୍ଗରେ ସାମିଲ କରିଛି ।

Comments are closed.