ଗଞ୍ଜାମରେ ଆଖି ବୁଜିଲେ ୪ କରୋନା ଯୋଦ୍ଧା

ରାଜ୍ୟରେ କରୋନା ପରିସ୍ଥିତି ଅଣାୟତ ହେଉଥିବା ବେଳେ ଗଂଜାମ ଜିଲ୍ଲାରେ ୪ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ଏହି ଯୋଦ୍ଧାଙ୍କ ମଧ୍ୟରେ ୨ ଜଣ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଗଞ୍ଜାମରେ ୨ ହଜାର ୩୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୮ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି। ଏ ଯାବତ ଜିଲ୍ଲାର ୧୩୧୮ ଜଣ ସୁସ୍ଥ ହୋଇଥିବା ବେଳେ ୨୧ ଜଣଙ୍କର ଏହି ଭୁତାଣୁ ସଂକ୍ରମଣରେ ମୃତ୍ୟୁ ଘଟିଛି।

Comments are closed.