ଗଂଜାମ ଜିଲ୍ଲାର ମାଟିଆସାହି କୋଭିଡ଼ ହଟସ୍ପଟ : ସମ୍ପୂର୍ଣ୍ଣ ସହର ସଟଡାଉନ

ବ୍ରହ୍ମପୁର : ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବାଘଲଟି ପଞ୍ଚାୟତର ମାଟିଆ ସାହି ଗ୍ରାମକୁ କୋଭିଡ ହଟସ୍ପଟ ଘୋଷଣା କରାଯାଇଛି । ଏହି ଗ୍ରାମକୁ ୩ ଦିନ ତଳେ ବହୁ ଲୋକ ଭୁବନେଶ୍ୱର ବୋମିଖାଲ ଅଂଚଳରୁ ଚାଲି ଆସିଥିବା ଜଣାପଡିବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ ରବିବାର ଗ୍ରାମକୁ ସମ୍ପୂର୍ଣ୍ଣ ସଟଡାଉନ କରିବାକୁ ନିର୍ଦେଶ ଦେଇଛନ୍ତି । ଗ୍ରାମର ପ୍ରବେଶ ପଥରେ ଏକ ଚେକ ପୋଷ୍ଟ ପ୍ରସ୍ତୁତ ପାଇଁ ପୁଲିସକୁ କହିଥିବା ବେଳେ ସେଠାରେ କୁକୁଡ଼ାଖଣ୍ଡି ଅତିରିକ୍ତ ତହସିଲଦାରଙ୍କୁ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ଭାବେ ନିୟୋଜିତ କରାଯାଇଛି । ସେହିପରି ଗ୍ରାମବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦିଗରେ ପଦକ୍ଷେପ ନେବାକୁ ବିଡ଼ିଓଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜଣାପଡିଛି ।

Comments are closed.