କରୋନା ପାଇଁ ଗଞ୍ଜାମ ଜିଲାରେ ୧୪୪ ଧାରା , ଖୋର୍ଦ୍ଧାରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ଗଞ୍ଜାମ/ ଖୋର୍ଦ୍ଧା : ଖୋର୍ଦ୍ଧା ଓ ଗଞ୍ଜାମ ଜିଲାରେ କରୋନା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗଞ୍ଜାମରେ ବିଭିନ୍ନ ସ୍ଥାନରେ ଜନସମାଗମକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଥିବା ବେଳେ ଖୋର୍ଦ୍ଧାରେ  ପର୍ଯ୍ୟଟନସ୍ଥଳୀରେ ରହଣୀ ନେଇ କଟକଣା ଜାରି କରାଯାଇଛି।

ଜନସମାଗମ ରୋକିବା ପାଇଁ ଗଞ୍ଜାମରେ  ଜିଲାପାଳ  ୧୪୪ ଧାରା ଜାରି କରିଛନ୍ତି।  ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ଜିଲାରେ କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ଏପରି ପଦକ୍ଷେପ ନେଇଛି।

ସେହିପରି  କରୋନା ପାଇଁ ଖୋର୍ଦ୍ଧାରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲାପାଳ ସୀତାଂଶୁ ରାଉତ । ପର୍ଯ୍ୟଟନସ୍ଥଳୀକୁ ନ ଯିବାକୁ ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରାଯାଇଛି । ପର୍ଯ୍ୟଟକ ମାନଙ୍କୁ କାଳୀଜାଈ, ନଳବଣ, ମଙ୍ଗଳାଯୋଡି ଆଦି ପକ୍ଷୀ ଅଭୟାରଣ୍ୟକୁ ଯିବାକୁ ମନା କରାଯାଇଛି । ଚିଲିକାର ପାନ୍ଥନିବାସରେ କୌଣସି ପର୍ଯ୍ୟଟକ ରହିପାରିବେନି ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

 

 

Comments are closed.