ଗଞ୍ଜାମ – ଖୋର୍ଦ୍ଧା ସୀମା ସିଲ୍

ଭୁବନେଶ୍ବର : ଗଞ୍ଜାମ – ଖୋର୍ଦ୍ଧା ସୀମାକୁ ବୁଧବାର ସିଲ କରାଯାଇଛି। ଗଞ୍ଜାମରୁ ଭୁବନେଶ୍ବର ଆସିବା ଉପରେ ଜିଲା ପ୍ରଶାସନ କଟକଣା ଲଗାଇଛନ୍ତି। ଏ ନେଇ ଗଞ୍ଜାମ ଜିଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।

 

ସୂଚନା ଅନୁଯାୟୀ, ଗଞ୍ଜାମରେ କରୋନା ଅଣାୟତ୍ତ ହୋଇ ପଡିଛି। ପ୍ରତିଦିନ ଶତାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୨୪ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ଯେପରି ସଂକ୍ରମଣ ଅନ୍ୟ ଯାଗାକୁ ସ୍ଥାନାନ୍ତର ନ ହେଉ ଏହାକୁ ନ ଜର ରଖି ଗଞ୍ଜାମ ଓ ଖୋର୍ଦ୍ଧା ସୀମାକୁ ଜିଲାପାଳ ସିଲ କରିଛନ୍ତି।

Comments are closed.