ବାଇକ୍‌ରେ ବୋମାଧରି ଯାଇଥିବା ବେଳେ ଚକା ସ୍ଲିପ କରିବାରୁ ଫୁଟିଗଲା ବୋମା : ଜଣେ ମୃତ, ୧ ଗୁରୁତର

ଗଞ୍ଜାମ : ବାଇକ୍‌ରେ ବୋମା ଧରି ଯିବା ବେଳେ ଗାଡି ଚକା ସ୍ଲିପ କରିଯିବାରୁ ଫାଟିଗଲା ବୋମା। ପ୍ରଚଣ୍ଡ ଶବ୍ଦ କରି ବୋମାଟି ଫାଟିବା ଫଳରେ ବାଇକରେ ବୋମା ଧରି ଯାଉଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଗଞ୍ଜାମ ଖଲ୍ଲିକୋଟ ଥାନା ନିର୍ମଳଝର ଛକରେ ଦୁଇ ବାଇକ୍‌ ଆରୋହୀ ବୋମା ନେଇ ଯାଉଥିଲେ। ବାଇକ ଚକା ସ୍ଲିପ୍ କରିଯିବାରୁ ତଳେ ପଡ଼ି ଯାଇଥିଲା। ତଳେ ପଡିଥିବା ଫଳରେ ସେହି ସ୍ଥାନରେ ହିଁ ବୋମା ବିସ୍ଫୋରଣ ହୋଇଥିଲା। ବୋମାଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ପଛ ସିଟରେ ଯେଉଁ ଯୁବକ ବୋମା ଧରି ବସିଥିଲେ ତାଙ୍କ ହାତ ଉଡ଼ିଯିବା ସହ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅପରପକ୍ଷରେ ବାଇକ ଚଳାଉଥିବା ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟ ଯୁବକ ବୋମା ଧରି କୁଆଡ଼େ ଯାଉଥିଲେ ତାହା ଜଣାପଡ଼ିନି।

Comments are closed.