ଜାତୀୟ ପଞ୍ଚାୟତିରାଜ ଦିବସ – ଗଂଜାମକୁ ତିନୋଟି ବିଭାଗରେ ସଫଳତା

ସମାଜ ପୋର୍ଟାଲ ଡେସ୍କ: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଗଂଜାମ ଜିଲ୍ଲାକୁ ତିନୋଟି ବିଭାଗରେ ଉଲ୍ଲେଖନୀୟ ସଫଳତା ମିଳିଥିବା ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମ ପଞ୍ଚାୟତ ଡେଭେଲପ୍ମେଣ୍ଟ ପ୍ଲାନରେ ଗଞାମ ବ୍ଳକର କାଇଁଚପୁର ଗ୍ରାମପଞ୍ଚାୟତ ସଫଳତା ପାଇଥିବା ବେଳେ ଚାଇଲ୍ଡ ଫ୍ରେନ୍ଡଲି ଗ୍ରାମ ପଞ୍ଚାୟତ ଭାବେ ବେଲଗୁଣ୍ଠା ବ୍ଳକର ବଡବୋରସିଙ୍ଗି ପଞ୍ଚାୟତ ଏବଂ ନଣଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମ ସଭା ପୁରସ୍କାର ପାଇଁ ସାନଖେମୁଣ୍ଡି ବ୍ଲକର ପୋଡାମାରୀ ଗ୍ରାମ ପଞ୍ଚାୟତ ଯୋଗ୍ୟ ବିବେଚିତ ହୋଇଛନ୍ତି। ୨୦୧୮-୧୯ ବର୍ଷ ପଞ୍ଚାୟତ ପୁରସ୍କାରରେ ଗଞ୍ଜାମ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ସଫଳତାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ପଞ୍ଚାୟତର ସରପଞ୍ଚମାନଙ୍କୁ ସମ୍ବୋଧିତ କରି ମହାମାରୀ କରୋନା ଭାଇରସକୁ ମୁକାବିଲା ପାଇଁ ଗ୍ରାମାଞ୍ଚଳରେ କିଭଳି ବ୍ୟବସ୍ଥା ରହିଛି ସେ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗ୍ରାମାଞ୍ଚଳ ପାଇଁ ଦୁଇଟି ବଡ଼ ପ୍ରୋଜେକ୍ଟ ଇ-ଗ୍ରାମ ସ୍ବରାଜ ପୋର୍ଟାଲ ଏବଂ ଆପ୍‌ ସହିତ ସ୍ବାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି।

Comments are closed.